ନୂଆଦିଲ୍ଲୀ ୦୮।୦୬; କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ଶନିବାର ଦିନ ବେଙ୍ଗାଲୁରୁର ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ଘୋଷଣା କରାଯାଇଥିବା କ୍ଷତିପୂରଣ ରାଶିକୁ ପ୍ରତି ପରିବାର ପିଛା ୧୦ ଲକ୍ଷ ଟଙ୍କାରୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏନେଇ ସରକାର ଏହି ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, 'ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ପ୍ରତ୍ୟେକ ପରିବାରକୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସରକାର ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲେ।'
ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ କମିଟି ତଦନ୍ତ କରୁଛି
କର୍ଣ୍ଣାଟକ ସରକାର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ଏକ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି। ଯାହା ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରିବ ଏବଂ ଦଳାଚକଟା ପାଇଁ ଦାୟୀ ଲୋକଙ୍କୁ ଚିହ୍ନଟ କରିବ। ସରକାରଙ୍କ ଦ୍ୱାରା କମିଶନଙ୍କୁ ଦିଆଯାଇଥିବା କାର୍ଯ୍ୟର ସର୍ତ୍ତାବଳୀ ଅନୁଯାୟୀ, କମିଶନଙ୍କୁ ଅନ୍ୟାନ୍ୟ ବିଷୟ ସହିତ ଏପରି ସତର୍କତାମୂଳକ ପଦକ୍ଷେପ ପରାମର୍ଶ ଦେବାକୁ ପଡିବ। ଯାହା ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତିକୁ ରୋକିପାରିବ। କମିଶନକୁ ୩୦ ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ (KSCA) ସଭାପତି ରଘୁରାମ ଭଟ୍ଟ ଶନିବାର (ଜୁନ୍ ୭, ୨୦୨୫) ପରିଚାଳନା କମିଟିକୁ ଭାଙ୍ଗିବାକୁ ମନା କରି କହିଛନ୍ତି ସଚିବ ଏ ଶଙ୍କର ଏବଂ କୋଷାଧ୍ୟକ୍ଷ ES ଜୟରାମଙ୍କ ଇସ୍ତଫା ଏକ ଜରୁରୀକାଳୀନ ବୈଠକରେ ଗ୍ରହଣ କରାଯାଇଛି। ଦୁଇ ବରିଷ୍ଠ ଅଧିକାରୀ KSCA ସଭାପତିଙ୍କୁ ଚିଠି ଲେଖି ନିଜ ନିଜ ପଦବୀରୁ ଇସ୍ତଫା ଦେବା ପରେ ଏହି ଜରୁରୀକାଳୀନ ବୈଠକ ଡକାଯାଇଥିଲା। IPL ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)ର ବିଜୟ ଉତ୍ସବ ସମୟରେ ଦଳାଚକଟା ପାଇଁ ଉଭୟ ନୈତିକ ଦାୟିତ୍ୱ ନେଇଛନ୍ତି। ବୈଠକ ପରେ, ଭଟ୍ଟ କହିଛନ୍ତି ଯେ ଆମେ ସରକାର ଏବଂ ମାନ୍ୟବର ହାଇକୋର୍ଟଙ୍କୁ ପୂର୍ବରୁ କହିସାରିଛୁ ଯେ ଆମେ ତଦନ୍ତରେ ସହଯୋଗ କରିବୁ। ଆମେ କେବେବି କୌଣସି ଜିନିଷରୁ ପଛକୁ ହଟିବୁ ନାହିଁ, ଯାହା ହେଉନା କାହିଁକି, ଆମେ ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତୁତ।